You are here

Kaala O Kalara Shilpee Surendra (Paperback)

Kaala O Kalara Shilpee Surendra Cover Image
$15.00
Usually Ships in 1-5 Days

Description


କାଳ, କଳା ପରସ୍ପର ସମ୍ବନ୍ଧିତ । କାଳରେ କଳାର ସୃଷ୍ଟି, ସମୟକ୍ରମେ ହୋଇଯାଏ କାଳଜୟୀ । କଳାକାରଟି ଅମର ରହେ କାଳ କାଳକୁ । ସେଇଭଳି ଜଣେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି । ଯାତ୍ରା ତାଙ୍କର ଜୀବନ, ପଥ ତାଙ୍କର ପୃଥିବୀ । ନିରନ୍ତର ଅଗ୍ରଗତି, ନାହିଁ କ୍ଳାନ୍ତି, ଅବସାଦ । ଜୀବନରେ କେତେ କେତେ ଉତ୍]ଥାନ ପତନ । ନାନାଦି ବିଘ୍ନ ପ୍ରତିବନ୍ଧକ, ଆର୍ଥିକ ଅନଟନ । ଦୁର୍ବିସହ ଜୀବନ । ଥକି ପଡ଼ିନାହାନ୍ତି ସୁରେନ୍ଦ୍ର । ସଂଘର୍ଷରୁ ତାଙ୍କର ସାଧନା । ସାରସ୍ୱତ ତପସ୍ୟାରୁ ସିଦ୍ଧି । ପାଲଟିଛନ୍ତି ଜଣେ ପ୍ରଥିତଯଶା ସାହିତ୍ୟିକ । ସାମ୍ବାଦିକତା, ରାଜନୀତିରେ ତାଙ୍କର ଅମାପ ଖ୍ୟାତି । ଜୀବନ ଯନ୍ତ୍ରଣା ମଧ୍ୟରେ ସେ ଖୋଜିଛନ୍ତି ଦରଦୀ ମଣିଷଙ୍କୁ । ବୁଝିଛନ୍ତି ତାଙ୍କ ସୁଖ, ଦୁଃଖ, ହସ, କାନ୍ଦ, ଶୋଷଣ, ପେଷଣର ବ୍ୟଥା ବେଦନାକୁ । ସେଇମାନଙ୍କ ମୁହଁରେ ହସ ଫୁଟେଇବାର ପ୍ରୟାସ । ଏଥିରେ ସଫଳ ହୋଇଛନ୍ତି । ତାଙ୍କର ସାରସ୍ୱତ ସୃଷ୍ଟି ହୋଇଯାଇଛି ରସୋତ୍ତୀର୍ଣ୍ଣ । ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନିଆରା ବିଚାର । ସତ୍ତାରେ ନାହିଁ ଆସ୍ଥା । ଆପଣା ଢଙ୍ଗରେ ନିର୍ବାଚନ ଲଢ଼ିଛନ୍ତି । କେବେ ଜିତାପଟ, କେବେ ନିର୍ବାଚନରେ ହାର୍ । ଗୋଟେପଟେ ଜନତା ଜନାର୍ଦ୍ଦନଙ୍କ ସେବା, ଆରପଟେ ସାମ୍ବାଦିକତାର ଖଡ଼ିପାଠ । ଗୋଟେ କଥାରେ କହିଲେ ସୁରେନ୍ଦ୍ର ଜଣେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ, ଦକ୍ଷ ରାଜନୀତିଜ୍ଞ, ନିଷ୍କଳଙ୍କ ସାମ୍ବାଦିକ । ଏଇ ତିନିଟି କ୍ଷେତ୍ରରେ ତାଙ୍କର ନାହିଁ ନ ଥିବା ଦକ୍ଷତା; ମାତ୍ର ସାହିତ୍ୟ ତାଙ୍କର ସାଥୀ, ସହୋଦର, ଏକାନ୍ତ ଆତ୍ମୀୟ । ଏଥିରୁ ପାଇଛନ୍ତି ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ଟିକକ । ଅର୍ଦ୍ଧଶତାବ୍ଦୀର ନିରଳସ ସାଧନା । ସ୍ମୃତି, ବିସ୍ମୃତି, ଅନୁଭୂତିକୁ ବାଢ଼ିଛନ୍ତି ପାଠକ ଆଗରେ । ତାଙ୍କର କାଳଜୟୀ ଆତ୍ମଲିପି 'ପଥ ଓ ପୃଥିବୀ' । ପାଠକେ ମୁଗ୍ଧବିହ୍ୱଳ । ପ୍ରାକ୍ ସ୍ୱାଧୀନତା କାଳ । ଗୋଟେ ମଫସଲି ଗାଁ, ମଧ୍ୟବିତ୍ତ ପରିବାର । ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତି । ଅତିକ୍ରମ କଲେ ସୁରେନ୍ଦ୍ର । ପାଲଟିଲେ ସାହିତ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ । ତାଙ୍କ ଆତ୍ମଲିପିଟି ଏକ ବଳିଷ୍ଠ ଐତିହାସିକ କୃତି, ନିର୍ଭୁଲ ସାମାଜିକ, ରାଜନୀତିକ ସନନ୍ଦ ।


Product Details
ISBN: 9781645603573
ISBN-10: 1645603571
Publisher: Black Eagle Books
Publication Date: February 7th, 2023
Pages: 202
Language: Oriya

You Can't Order Books on this Site

***Hello Customers! We are in the midst of moving to our new site at www.unionavebooks.com. Please navigate to that link in order to place new online orders. Again the cart feature on this old site is no longer functional.***